Categories
Journal Poetry

ଜଗା କଥା କହିବି କିସ

Volume.1 – Issue.10 – October 2025
Author – Sudhakar Sethi
Address – Jambeswarpur, Balasore, Odisha
Contact – 9337681524

ଜଗା କଥା କହିବି କିସ
ଜଗତ ମୋହୁଛି ତା’ ଭାବ ରସ
ଜଗା କଥା…

ବିଶ୍ଵର କୋଉ କୋଣ ନାହିଁ
ତା’ ରଥ ଯେ ଗଡି ନାହିଁ
ସବୁଠି ଦିଶୁଛି ତା’ ଚକାଆଖି
ମଲ୍ଲୀ ଫୁଲିଆ ହସ
ଜଗା କଥା କହିବି କିସ
ଜଗତ ମୋହୁଛି ତା’ ଭାବ ରସ
ଜଗା କଥା…

ନନ୍ଦିଘୋଷେ ସେ ବସିଛି
ଭାବ ରସେ ସେ ବୁଡିଛି
ଭକତଙ୍କୁ ଦେଖି ଦିଏ ମୁରୁକି ହସ
ଜଗା କଥା କହିବି କିସ
ଜଗତ ମୋହୁଛି ତା’ ଭାବ ରସ
ଜଗା କଥା…

ସାଥେ ଭାଇ ଭଉଣୀ ନେଇ
ଯାଉଛି ସେ କଳା କହ୍ନେଇ
ଲକ୍ଷ୍ମୀ ସାଆନ୍ତାଣୀ ମନ ଉଣାକରି
ଶ୍ରୀମନ୍ଦିରେ କରନ୍ତି ରୋଷ
ଜଗା କଥା କହିବି କିସ
ଜଗତ ମୋହୁଛି ତା’ ଭାବ ରସ
ଜଗା କଥା…

ବଡ ବିଚିତ୍ର ଏ କାହାଣୀ
ଆଚଣ୍ଡାଳେ ମନ ନିଏ କିଣି
ରଥରେ ବାମନ ଦେଖିଦେଲେ ଥରେ
ପୁରେ ମୋ’ ମନରଥ
ଜଗା କଥା କହିବି କିସ
ଜଗତ ମୋହୁଛି ତା’ ଭାବ ରସ
ଜଗା କଥା…

ରଥ ଦଉଡି ଭିଡା ଭିଡି
ବାଜିଲେ ପାତକ ଯାଏ ଛାଡି
ଉଦଣ୍ଡ କୀର୍ତ୍ତନ ନାମ ସଂକୀର୍ତ୍ତନ
ଏ ସବୁତ ତାହାରି ନାଟ
ଜଗା କଥା କହିବି କିସ
ଜଗତ ମୋହୁଛି ତା’ ଭାବ ରସ
ଜଗା କଥା…

ମନ ବୋଲ ନମାନଇ
ଦେଖିବାକୁ ହୁଏ ହାଇଁ ପାଇଁ
ଡୋରୀ ତା’ ଲାଗିଲେ
ଶୀରିକ୍ଷେତ୍ରେ ହେବି ପ୍ରବେଶ
ଜଗା କଥା କହିବି କିସ
ଜଗତ ମୋହୁଛି ତା’ ଭାବ ରସ
ଜଗା କଥା…

ଏ ଅଧମ ଜାଣିନି କିଛି
ହୃଦ ଡାକ ଶୁଣେ ନିଇତି
ଅଙ୍ଗହରା ହୋଇ ତା’ ଭିଡ ଦେଖି
ହେଉନାହିଁ ସାହାସ
ଜଗା କଥା କହିବି କିସ
ଜଗତ ମୋହୁଛି ତା’ ଭାବ ରସ
ଜଗା କଥା…

Share with friends: