Categories
Journal Poetry

ସବୁ ପସନ୍ଦ ନିଜର ନଥାଏ

Volume.IX – Issue.X – October 2025
Author – Ayushee Bishi
Address – Sambalpur, Odisha

ଆକାଶର ଚିକିମିକି ତାରା
ଚନ୍ଦ୍ରର ଶୀତଳ ଜୋଛନା
ନୟନେ ସୁନ୍ଦର ଲୋଭର ପସରା ।
ଶ୍ରାବଣର ଶୁଭ୍ର ମେଘ ମଲ୍ହାର
ଶରତର ଟୋପା ଟୋପା ଶିଶିର ବିନ୍ଦୁ
ତୋଳି ଆଣିବା ନୁହଁ ସମ୍ଭବପର ।
ସନ୍ଧ୍ୟାର ଦୂର ଦିଗ୍ ବଳୟ
କୁସୁମର ସୁଗନ୍ଧିତ ସୌରଭ
ଅନୁଭବିବା ଛଡ଼ା ଆଉ କିଛି ନୁହଁ ।
ମଣିଷର ଇଚ୍ଛା ଅସରନ୍ତି
ଯେମନ୍ତେ ସମୁଦ୍ର ଢେଉ
ପ୍ରତିଟି ଢେଉ କୂଳକୁ ଛୁଇଁ ନପାରେ
ସେମନ୍ତେ ପ୍ରତିଟି ଇଚ୍ଛା ପୂରଣ ହୋଇ ନପାରେ ।
ମନପକ୍ଷୀ ଯେତେ ଡେଣା ପସାରି ଉଡ଼ିଲେ ମଧ୍ୟ
ତା ‘ ଅଧିକାର ନଥାଏ ସମଗ୍ର ନଭ ଉପରେ
ଠିକ୍ ସେମିତି ଯାହା ସବୁ କିଛି ତୁମର ପସନ୍ଦ
ହୁଏ ତ ସେ ସବୁ ତୁମ ନିଜର ହୋଇ ନପାରେ ।

Share with friends: