Volume.IX – Issue.X – October 2025
Author – Sidhi Swarupa Padhy
Address – Sambalpur, Odisha
ମାଁ ନାମ ଟି କେତେ ମଧୁର
ସେନେହ ମମତାର ଅମୃତ ଧାର ।
ଗୋଟିଏ ମାଁ ହେଲେ ବି ନାମ ହଜାର
ଦୁର୍ଗା, କାଳୀ, ମଙ୍ଗଳା, ସମଲେଶ୍ୱରୀ
ଶକ୍ତି ପୀଠେ ସଂସାର ସାର ।
ଉଲ୍ଲସିତ ଲାଗେ ଦଶହରା, ଚଇତ
ମନ୍ଦାର, ଦହନା, ପଦ୍ମ ଫୁଲେ ମାଁ ସୁଶୋଭିତ।
ଚାରୁ ମୁଖମଣ୍ଡଳରେ ସିନ୍ଦୂର ଆଭା
ଝଟକି ଯାଉଥାଏ ମାଁ ଙ୍କ ପ୍ରତିଭା ।
ତାଙ୍କ ଅମୃତେ ଗଢା ଜୀବନ ଆମର
ମଧୁ ଠୁ ମିଠା ଲାଗେ ଦର୍ଶନେ ତାର ।
ମହକରେ ପୁରି ଅଛି ତାର ନାମ
ଅଫୁରନ୍ତ ମମତା ର ଧାମ ।
ଶକ୍ତିମୟୀ ପାଦତଳେ ଆମର ଆଶ୍ରୟ
ସଂସାର କୁ ଆଶୀର୍ବାଦେ କର ଅଭୟ ।
