Categories
Journal Poetry

ସମ୍ପର୍କ

Open Access Journal 768x74

Volume.1 – Issue.10 – October 2025
Author – Dr. Swarnalata Lenka
Address – Jajpur, Odisha

ତୁମ ଛବି ଆସେ ଯଦି
ମୋ ‌ମାନସ ପରିଧିକୁ
ଦିଗ ହଜା ମନ ହଜିଯାଏ
ଅଜଣା ପରି ରାଇଜରେ….
ଭାସିଯାଏ ମନ
ଭଷା ବାଦଲର ମେଘ ମାଳରେ
ତୁମେ ଭାବନାରେ ଆସିଲେ
ହାଲୁକା ହାଲୁକା ଲହରୀ ମାଡ଼ିଯାଏ
ଆଖି ମୁଦି ହୁଏ ଦିବା ସ୍ୱପ୍ନରେ
ମୁଁ ହଜିଯାଏ ସ୍ୱପ୍ନ ଭିତରେ
ଛାତିର ନିଭୃତ କୋଣରେ
ଯାଗାଟିଏ ତ ଥାଏ ତୁମ ନାମରେ…
ହେଲେ ଖୋଜେ ଆମ
ସମ୍ପର୍କର ସୂତାଖିଅକୁ
ଅସଜଡା ଜୀବନ ଭିତରେ
ବୁଝିବାକୁ ଚେଷ୍ଟା କରେ
ସମ୍ପର୍କର ଟା ସହଜ ଭାବରେ… ।

End Line Of Article 768x5
Share with friends: